logo

*ଭଣଜା ପଥରରେ ଛେଚି ହତ୍ୟା କଲା ମାମୁଁଙ୍କୁ* : *ହତ୍ୟାର କାରଣ ଘରୋଇ କଳହ*

ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ ବଣେଇ ଉପଖଣ୍ଡର କେ ବଲାଙ୍ଗ ଥାନାର ଗୌଡୁଣିପୋଷ ଗ୍ରାମର ପତଳା ସାହିରେ ଘଟିଯାଇଛି ଏକ ବିଭତ୍ସ ହତ୍ୟାକାଣ୍ଡ। ମାମୂଁଙ୍କୁ ପଥରରେ ଛେଚି ହତ୍ୟା କଲା ଭଣଜା। ହତ୍ୟା କରିବା ପରେ ପୋଲିଶ ପାଖରେ ଆତ୍ମ ସମର୍ପଣ କଲା ହତ୍ୟା କାରି ଭଣଜା । ସାମାନ୍ୟ ବଚସାକୁ ନେଇ ମାମୁଁ ଭଣଜାଙ୍କ ମଧ୍ୟରେ ତୁତୁ ମେମେ ହୋଇଥିଲେ। ସକାଳ ୬ ଟାରେ ଘଟିଛି ଏହି ଜଘନ୍ୟ ହତ୍ୟାକାଣ୍ଡ। ମାମୁଁ ଲହୁଣୀପଡ଼ା ଥାନା ଅନ୍ତର୍ଗତ କେନାପାଲି ଗ୍ରାମର ସୁବନ୍ କଂଶରିଆ ସେ ଗୌଡୁଣି‌ ପୋସ ଗ୍ରାମରେ ଥିବା ଭଣଜା ଠୁରୁ ଧୀବର ଘରକୁ ବୁଲି ବାକୁ ଯାଇଥିଲେ। ହେଲେ ସେଠାରେ ମାମୁଁ ଓ ଭଣଜା ଭିତରେ ଘରୋଇ କଳହକୁ କେନ୍ଦ୍ର କରି ହଠାତ ଉତ୍ୟକ୍ତ ହୋଇ ପଡିଥିଲା ଭଣଜା ସେଠାରେ ଥିବା ଏକ ପଥରରେ ଛେଚି ଦେଇଥିଲା ମାମୁଁର ମୁଣ୍ଡକୁ ଯାହା ଫଳରେ ଘଟଣାସ୍ଥଳରେ ମାମୁଁଙ୍କର ମୃତ୍ୟୁ ହୋଇଥିଲା । ଏନେଇ ଭଣଜା ଥାନାକୁ ଯାଇ ଆତ୍ମସମର୍ପଣ କରି ଘଟଣା ବିଷୟରେ ଜଣାଇଥିଲା । ପୋଲିଶ ମୃତ ମାମୁଁଙ୍କ ଶବକୁ ଜବତ କରିବା ସହିତ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଥିବା ବେଳେ ଭଣଜା ଠୁରୁ ଧିବରକୁ ଅଧିକ ପଚରା ଉଚରା କରୁଥିବା ଜଣା ପଡିଛି।
ରାଉରକେଲା ରୁ ବରିଷ୍ଠ ସାମ୍ବାଦିକ ସଂଜୀବ କୁମାର ପାଢୀଙ୍କ ରିପୋର୍ଟ ।

43
2250 views